Latest Odisha News

BREAKING NEWS

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛି

ନୂଆଦିଲ୍ଲୀ:ଭାରତରେ ଏବେ କରୋନା ସକ୍ରିୟ ମାମଲା (୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ ।

ଆଜି ପର୍ଯ୍ୟନ୍ତ ସୁସ୍ଥତା ହାର ୯୩ % (୯୩.୬୮%) ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୨୪ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୫,୬୨,୬୪୧ ରହିଛି ।

ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ରହିଛି ୮୧,୧୯,୧୫୫ ।

ଗତ ୨୪ ଘଣ୍ଟା ମଧ୍ୟରେ ୪୪,୦୫୯ ଜଣ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ନଭେମ୍ବର ୮ ତାରିଖରୁ କ୍ରମାଗତ ୧୬ ଦିନ ଧରି ଭାରତରେ ଦୈନିକ ନୂଆ ପଜିଟିଭ୍ ମାମଲା ୫୦ହଜାର ତଳେ ରହିଛି । ଏହା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, ଶୀତ ଋତୁ ଆସିବା କ୍ଷଣି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୭.୪୪% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୭୮.୭୪% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ହେଉଥିବା ମୃତ୍ୟୁ (୯୭)ର ଜାତୀୟ ହାର ତୁଳନାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ମୃତ୍ୟୁ ହାର ରହିଛି ।

Leave A Reply

Your email address will not be published.