Latest Odisha News

BREAKING NEWS

ପୃଥକ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ପରେ ବ୍ଲକ ଛକରେ ଚଢାଉ କରି ଛତିଶଗଡର ଜଣେ ଅଭିଯୁକ୍ତଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିଛି l

ସେହିପରି ପଟାଭାଡି ଛକରୁ ଏକ ସ୍ୱିଫ୍ଟ କାରରୁ ୨୫ କେଜି ଗଞ୍ଜେଇ ସହ କାରକୁ ଜବତ କରିଛି ଅବକାରୀ ବିଭାଗ l ଏହି ତିନୋଟି କେସରେ ମୋଟ ୬୨ କେଜି ଗଞ୍ଜେଇ ସହ ୪ ଜଣ ବ୍ୟକ୍ତି ଓ ଦୁଇଟି କାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ l ଆଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।

Leave A Reply

Your email address will not be published.