Latest Odisha News

BREAKING NEWS

୭ ଜାତୀୟ ରାଜନୈତିକ ଦଳକୁ ଅଜଣା ଉତ୍ସରୁ ହୋଇଛି ୬୬ ପ୍ରତିଶତ ପଣ୍ଡିଂ; ଏଡିଆର୍ ରିପୋର୍ଟ

ନୂଆଦିଲ୍ଲୀ: ବେନାମୀ ନାଁରେ ରାଜନୈତିକ ଦଳକୁ ଆସୁଛି ଟଙ୍କା। ଏଡିଆର୍‌ ରିପୋର୍ଟରେ ଏହାର ଖୁଲାସା ହୋଇଛି। ୨୦୨୧-୨୨ରେ ୭ ଜାତୀୟ ରାଜନୈତିକ ଦଳକୁ ଇଲେକ୍ଟୋରାଲ ବଣ୍ଡ ଓ ଅଜଣା ଉତ୍ସରୁ ୬୬ ପ୍ରତିଶତରୁ ଅଧିକ ଟଙ୍କା ଆସିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ(ଏଡିଆର୍) ରିପୋର୍ଟେର ଦର୍ଶାଇଛି।

ଏହି ୭ ଜାତୀୟ ଦଳ- ବିଜେପି, କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ, ସିପିଆଇ(ଏମ) ଏବଂ ନ୍ୟାସ୍‌ନାଲ ପିପୁଲ୍ସ ପାର୍ଟିକୁ ଅଜଣା ଉତ୍ସାରୁ ୬୬.୦୪ ପ୍ରତିଶତ ଫଣ୍ଡିଂ ହୋଇଛି ବୋଲି ଏଡିଆର୍ କହିଛି। ସୂଚନା ଥାଉକି ଏଡିଆର୍ ହେଉଛି ଏକ ଏନ୍‌ଜିଓ। ଯାହା ନିର୍ବାଚନରେ ସ୍ୱଚ୍ଛତା ଦିଗରେ କାମ କରିଥାଏ। ଏହି ସଂସ୍ଥା କହିଛି ଯେ ୨୦୨୧-୨୨ ମଧ୍ୟରେ ଏହି ୭ ଜାତୀୟ ଦଳ ୨,୧୭୨ କୋଟି ସଂଗ୍ରହ କରିଛନ୍ତି। ସେହିପରି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଅଜଣା ଉତ୍ସରୁ ମୋଟ ରାଶି ୧,୮୧୧.୯୪ କୋଟି ଆୟ ହୋଇଛି। ସେଥିମଧ୍ୟରୁ ୭ ଜାତୀୟ ଦଳକୁ ୮୩.୪୧ ପ୍ରତିଶତ ଫଣ୍ଡି ଅଜଣା ଉତ୍ସରୁ ହୋଇଛି।

ନିର୍ବାଚନ କମିଶନଙ୍କ ପାଖରେ ପୈଠ କରାଯାଇଥିବା ଆୟକର ଦାଖଲ ଓ ଡୋନେସନ ଷ୍ଟେଟ୍‌ମେଣ୍ଟର ଗବେଷଣାତ୍ମକ ତଥ୍ୟରୁ ରାଜନୈତିକ ଦଳଗୁଡ଼ିକର ମୋଟା ଅଙ୍କର ଆୟ ବିଷୟରେ ଜଣାପଡ଼ିଛି। ଏଡିଆରର ରିପୋର୍ଟ ଅନୁସାରେ, ରାଜନୈତିକ ଦଳଗୁଡ଼ିକ ନିଜ ଆୟର ବାର୍ଷିକ ଅଡିଟ୍ ରିପୋର୍ଟ ଦେଇଥିବା ବେଳେ ଆୟର ମାଧ୍ୟମ ବତାଇ ନାହାନ୍ତି।

ଇଲେକ୍ଟୋରାଲ୍ ବଣ୍ଡ, ସେଲ୍ ଅପ୍ କୁପନ, ରିଲିଫ ଫଣ୍ଡ, ମିଶ୍ରିତ ଆୟ, ସ୍ୱେଚ୍ଛାକୃତ ଭାବେ ସହଯୋଗ ଏବଂ ବୈଠକ ମାଧ୍ୟମରେ ସହଯୋଗ ଆଦିରୁ ଅଜଣା ଉତ୍ସରୁ ଦଳଗୁଡ଼ିକୁ ଫଣ୍ଡିଂ କରାଯାଇଛି।

ବର୍ତ୍ତମାନ ଯେଉଁମାନେ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ୨୦ ହଜାର ତଳକୁ ଫଣ୍ଡିଂ କରୁଛନ୍ତି ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ନାଁ ଖୁଲାସା କରିବା ଆବଶ୍ୟକ ମନେ କରୁ ନାହାନ୍ତି। ଫଳରେ ଆର୍ଥିକ ଦାନର ୬୬ ପ୍ରତିଶତର ଉତ୍ସ ଅଜଣା ରହିଯାଉଛି।

ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ ବର୍ଷରେ ବିଜେପି ୧,୧୬୧ ଅଜଣା ଉତ୍ସରୁ ଆୟ କରିଛି ବୋଲି କହିଛି। ଯାହା ଅନ୍ୟ ଜାତୀୟ ଦଳର ମୋଟ ଅଜଣା ଉତ୍ସ ଆୟର ୫୩.୪୫ ପ୍ରତିଶତ। ସେହିପରି ଟିଏମ୍‌ସି ଅଜଣା ଉତ୍ସରୁ ୫୨୮ କୋଟି ଆୟ କରିଛି। ଅନ୍ୟପଟେ ୨୦୦୪-୦୫ ଓ ୨୦୨୧-୨୨ ମଧ୍ୟରେ କଂଗ୍ରେସ ଓ ଏନ୍‌ସିପି ମିଳିତ ଭାବେ ସେଲନ କୁପନ ମାଧ୍ୟମରେ ୪,୩୯୮.୫୧ କୋଟି ଆୟ କରିଛି। ଏଡିଆର୍ ରିପୋର୍ଟ ଅନୁସାରେ ବିଏସ୍‌ପିକୁ ମିଶାଇଲେ ମୋଟ ୮ ଜାତୀୟ ଦଳ ୨୦୨୧-୨୨ ମଧ୍ୟରେ ୩,୨୮୯.୩୪ କୋଟି ଆୟ କରିଛନ୍ତି।

Leave A Reply

Your email address will not be published.