Latest Odisha News

BREAKING NEWS

ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରୁ ଠେଲିଦେଲେ, ଜଣଙ୍କ ମୃତ୍ୟୁ

ରାଞ୍ଚି: ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରେ ଝଗଡ଼ା । ଆଉ ତା ପରେ ୨ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଚାଏବାସାରେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଚକ୍ରଧରପୁର ଜୋନରେ ଏହି ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଲୋଟାପାହାଡ଼ ଷ୍ଟେସନ ନିକଟରେ ଇସ୍ପାତ ସୁପରଫାଷ୍ଟ ଏକ୍ସପ୍ରେସରେ ଏହି ଘଟଣା ଘଟିଛି । ଟ୍ରେନରେ ଢୁଲୁ ସର୍ଦ୍ଦାର ଝାରସୁଗୁଡ଼ାରୁ ଚକ୍ରଧରପୁର ଅଭିମୁଖେ ଚଢ଼ିଥିଲେ ।

ଟ୍ରେନ୍ ଭିତରେ କୌଣସି କଥାକୁ ନେଇ ଅନ୍ୟ ଯାତ୍ରୀଙ୍କ ସହ କଥା କଟାକଟି ହୋଇଥିଲା । ଯାହାକୁ ନେଇ କିଛି ଯାତ୍ରୀ ଢୁଲୁ ସର୍ଦ୍ଦାର ଓ ଅନ୍ୟ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଟ୍ରେନରୁ ଅନ୍ୟ ଯାତ୍ରୀଙ୍କୁ ଠେଲି ଦେଇଥିବା ଯାତ୍ରୀମାନଙ୍କୁ ଚିହ୍ନଟ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.