ବ୍ରହ୍ମପୁର: ବ୍ରହ୍ମପୁର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଚେଙ୍କ ଦେବା ସହ ମାଡ ମରିଥିବା ଅଭିଯୋଗ ହୋଇଛି। ପିଡ଼ିତ ଛାତ୍ରଙ୍କ ମାଆ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଗୋସାଇଁନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିଛି।
ଅଭିଯେୋଗ ଅନୁଯାୟୀ, ବ୍ରହ୍ମପୁର ଗୁଡସେଡରୋଡ ଠାରେ ଥିବା ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ର ସ୍କୁଲ ହଷ୍ଟେଲରେ ରହୁଛନ୍ତି। ହେଲେ ଗତ କିଛି ମାସ ହେବ ସେହି ହଷ୍ଟେଲରେ ରହୁଥିବା ୯ମ ଓ ୧୦ମ ସହ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଛାତ୍ରଙ୍କ ମାଆ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେତେବେଳେ ମାମଲା ସମାଧାନ ହୋଇଥିଲା। ହେଲେ କିଛି ଦିନ ପରେ କେତେକ ସିନିୟର ଛାତ୍ର ମିଶି ଏହି ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ ଚେଙ୍କ ଦେଇଥିଲେ। ଯାହାକୁ ନେଇ ଛାତ୍ରଙ୍କ ମାଆ ଚାଇଲ୍ଡ ଲାଇନରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗପ୍ରକାରେ ଚାଇଲ୍ଡ ଲାଇନ ସଦସ୍ୟ ସ୍କୁଲକୁ ଯାଇ ତଦନ୍ତ ମଧ୍ୟ କରିଥିଲେ। ତେବେ ପୁନର୍ବାର ଏଭଳି ଘଟିବ ନାହିଁ ବୋଲି ସେତେବେଳେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କ ମାଆକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତ କିଛି ଦିନ ତଳେ ଯୁକ୍ତ ୨ରେ ପଢୁଥିବା ଜଣେ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିବା ନେଇ ପିଡ଼ିତ ଛାତ୍ର ଜଣଙ୍କ ନିଜ ମାଆଙ୍କୁ କହିଥିଲେ। ଏ ନେଇ ଛାତ୍ରଙ୍କ ମାଆ ହଷ୍ଟେଲ ୱାର୍ଡେନଙ୍କ ନିକଟରେ ଅଭିଯୋଗ କରିଥିଲେ। ୱାର୍ଡେନ ସଂପୃକ୍ତ ସିନିୟର ଛାତ୍ରଙ୍କୁ ତାଗିତ କରିଥିଲେ। ହେଲେ ଏହାର କିଛି ସମୟ ପରେ ପୁଣି ଥରେ ହଷ୍ଟେଲ ଭିତରେ ସଂପୃକ୍ତ ଯୁକ୍ତ ୨ ଛାତ୍ର ଓ ତାଙ୍କ ଅନ୍ୟ ସହଯୋଗୀ ଛାତ୍ର ଏହିଭଳି ୧୦ ଜଣ ଛାତ୍ର ମିଶି ପିଡ଼ିତ ଛାତ୍ରଙ୍କୁ ପୁଣି ଥରେ ମାଡ ମାରିଥିଲେ ବୋଲି କହିଥିଲେ। ଏହା ଜାଣିବା ପରେ ଛାତ୍ରଙ୍କ ମାଆ ସମସ୍ତ ସିନିୟର ଛାତ୍ରଙ୍କୁ ଡାକି ପଚାରିବାରୁ ସେମାନେ ତାଙ୍କୁ ଅଷଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ପିଡ଼ିତ ଛାତ୍ରଙ୍କ ମାଆ ନିଜ ଏତଲାରେ ଦର୍ଶାଇଛନ୍ତି। ହଷ୍ଟେଲରେ ତାଙ୍କ ପୁଅଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ଗୋସାଇଁନୂଆଗାଁ ଥାନାରେ ନଂ ୨୧୬/୨୨ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଗଞ୍ଜାମ ଜିଲା ବିଜେପିର ଏକ ପ୍ରତିନିଧି ଦଳ ଗୋସାଇଁନୂଆଗାଁ ଥାନା ଅଧିକାରୀଙ୍କୁ ଭେଟିଛନ୍ତି। ରାଗିଂ କରିଥିବା ସ୍କୁଲର ସିନିୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ପୂର୍ବତନ ସରପଞ୍ଚ ମମତାମୟୀ ରଣା, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶିବଶଙ୍କର ନାୟକ, କେ.ଟୁଙ୍ଗୁରୁ ପାତ୍ର, ବନିତା ସାହୁ, ବର୍ଷା ବିଦ୍ୟୁସ୍ମିତା ପ୍ରମୁଖ ଦାବି କରିଛନ୍ତି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.