Latest Odisha News

BREAKING NEWS

ଚିଲିକାରେ ଚଳିତ ବର୍ଷ ବଢିଛି ପକ୍ଷୀ ସଂଖ୍ୟା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାନୁଯାୟୀ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି ।

ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ଏହି ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ୧୧ ଲକ୍ଷ ୫ ହଜାର ୪୦କୁ ବୃଦ୍ଧି ପାଇଛି। ଚିଲିକାରେ ପାଖାପାଖି ୧୮୪ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ରହିଥିବା ବେଳେ ନଳବଣରେ ସର୍ବାଧିକ ୧୦୨ଟି ପ୍ରଜାତି ଠାବ କରାଯାଇଛି ।

ଆହୁରୀ ମଧ୍ୟ ନଳବଣରେ ପାଖାପାଖି ୪ଲକ୍ଷ ୬ହଜାର ୩୦୮ ଟି ପକ୍ଷୀ ଅଛନ୍ତି। ଗତବର୍ଷ ଏହି ସଂଖ୍ୟା ୩ ଲକ୍ଷ ୯୩ ହଜାର ୫୪୧ ରହିଥିଲା ।

ଏହି ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲା ବେଳେ ରବିବାର ଦିନ ୱାଇଲ୍ଡ୍ ଲାଇଫ୍ ଚିଲିକାର ୫ଟି ଡିଭିଜନରେ ୧୦୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିଲେ । । ଏଥିରେ ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡାରେ ଗତକାଲି ପ୍ରାୟ ୧୨ଟା ଯାଏଁ ଏହି ଗଣନା ଜାରି ରହିଥିଲା ।

ଉଲ୍ଲେଖଯୋଗ୍ୟ, ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ପାଖାପାଖି ୨୨ଟି ଦେଶରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.