Latest Odisha News

BREAKING NEWS

ମାଲେସିଆ ଓପନ ବ୍ୟାଡମିଂଟନ: ପ୍ରଥମ ଭାରତୀୟ ଯୋଡି ଭାବେ ରୌପ୍ୟ ପଦକ ଜିତିଲେ ସାତ୍ୱିକସାଇରାଜ-ଚିରାଗ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରିଯାଇଛନ୍ତି । ଚୀନର ୱାଙ୍ଗ ଲିଆଙ୍ଗ ଓ ଲିଆଙ୍ଗ ୱେଇକେଙ୍ଗଙ୍କ ନିକଟରୁ ୯-୨୧, ୨୧-୧୮ ଓ ୨୧-୧୭ରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ପୁନର୍ବାର ମାଲେସିଆ ଓପନରେ ଟାଇଟଲ ହାସଲ କରିବାରେ ଭାରତୀୟ ଖେଳାଳି ବିଫଳ ହୋଇଛନ୍ତି । ଅବଶ୍ୟ ଚିରାଗ ଓ ସାଇ ପ୍ରଥମ ଭାରତୀୟ ଯୋଡି ଭାବେ ଫାଇନାଲରେ ପ୍ରବେଶ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ପ୍ରଥମ ଗେମରେ ସେମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଜିତିଥିଲେ ମଧ୍ୟ ଏହି ଫର୍ମ ବାକି ୨ଟି ସେଟରେ ବଜାୟ ରଖିବାରେ ବିଫଳ ହୋଇଥିଲେ । ଚୀନ ଯୋଡି ଚମତ୍କାର ପ୍ରତ୍ୟାବର୍ତନ କରି ବାକି ୨ ସେଟକୁ ଜିତିବା ସହ ଟାଇଟଲ ହାସଲ କରିଥିଲେ ।

୧୯୩୭ରୁ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଛି । ଟୁର୍ଣ୍ଣାମେଂଟର ଫଳାଫଳକୁ ନେଇ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ର‌୍ୟାଙ୍କିଙ୍ଗ ପଂଏଟସ ମିଳିବ । ଗତ ବର୍ଷ ମେ ୧ରୁ କ୍ୱାଲିଫିକେଶନ ୱିଣ୍ଡୋ ଆରମ୍ଭ ହୋଇଛି । ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଏହାକୁ ଜିତି ନାହାନ୍ତି ।

Leave A Reply

Your email address will not be published.