Latest Odisha News

BREAKING NEWS

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ ଗର୍ଭ ଏନେଇ ମିଳିତ ଭାବେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କଟକରେ ୨୪୮ ପଜିଟିଭରୁ ୯୦ ଜଣ ଆରୋଗ୍ୟ ହେଲେଣି । ବର୍ତ୍ତମାନ ୧୫୬ଟି ଆକ୍ଟିଭ କେସ ରହିଛି । କଣ୍ଟାକଟ ଟ୍ରେସିଙ୍ଗ, ଟେଷ୍ଟିଙ୍ଗ ଓ ଟ୍ରାକିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ କଟକରେ ସମୁଦାୟ କରୋନା ପଜିଟିଭଙ୍କ ମଧ୍ୟରେ ୧୨୦ ଜଣ କେବଳ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲରୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇଛନ୍ତି । ୭୬ଟି ଆକ୍ଟିଭ କେସ ରହିଛି । ସେହିପରି ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଅନ୍ୟପଟେ ଏସସିବି ମେଡିକାଲ କଲେଜ ଓ ହସପିଟାଲରୁ ଏ ପର୍ଯ୍ୟନ୍ତ ୧୮ଟି ପଜିଟିଭ କେସ ଆସିଥିବାବେଳେ ୧୭ଟି ଆକ୍ଟିଭ କେସ ରହିଛି । ଜଣେ ସୁସ୍ଥ ହୋଇଛନ୍ତି । ତେବେ ଅନ୍ୟ ସହର ତୁଳନାରେ କଟକରେ ସୁସ୍ଥ ହାର ଭଲ ସ୍ଥିତି ଅଛି ବୋଲି ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.