ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଜମୁଛି ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ ନୂତନ ସନ୍ୟାସୀ। ଯିଏକି ନିଜର ଶରୀର ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି।
ସାତ ଫୁଟ ଉଚ୍ଚ ଆତ୍ମା ପ୍ରେମ ଗିରି ଓରଫ ମସ୍କୁଲାର ବାବାଙ୍କର ଫଟୋ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଗେରୁଆ ବସ୍ତ୍ର ପିନ୍ଧିଥିବା ବେଳେ ବେକରେ ଓ ହାତରେ ରୁଦ୍ରାକ୍ଷ ମାଳି ପକାଇଛନ୍ତି। ମହାକୁମ୍ଭ ମେଳାରେ ବାବାଙ୍କ ଆଗମନକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ଅନେକ ଲୋକ ତାଙ୍କ ଭଗବାନ ପ୍ରର୍ଶୁରାମଙ୍କ ରୂପ ବୋଲି ମାନୁଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ରୁଷରୁ ଆସିଥିବା ଗିରି ମହାରାଜ ୩୦ ବର୍ଷ ପୂର୍ବେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହା ପରେ ସେ ସନାତନ ଧର୍ମର ପ୍ରଚାର ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ଗିରି ମହାରାଜଙ୍କ କ୍ୟାରିୟର ଜଣେ ଶିକ୍ଷକତା ଭାବରେ ଆରମ୍ଭ ହୋଇଥିଲା କିନ୍ତୁ ପରେ ସମୟ ସହିତ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସେ ଜୁନା ଆଖଡାରେ ଯୋଗ ଦେଇ ସନ୍ୟାସୀ ପାଲଟିଥିଲେ। ସେ ନେପାଳର କାଠମାଣ୍ଡୁରେ ଥିବା ତାଙ୍କ ଆଶ୍ରମରେ ଧ୍ୟାନରେ ମଗ୍ନ ଅଛନ୍ତି।
ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ସ୍ବାଧ୍ବୀ ନିଜ ନିଜର ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ୍ୟୁଲାର ବାବାଙ୍କ ପୂର୍ବରୁ ଆଇଆଇଟି ବାବା ଚର୍ଚ୍ଚାକୁ ଆସିଥିଲେ।
Comments are closed.