ନୂଆଦିଲ୍ଲୀ : ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ତଦନ୍ତକୁ ଜୋରଦାର କଲା ମୁମ୍ବାଇ ପୋଲିସ । ଏବେ ବି ପୋଲିସର ପଞ୍ଝାରୁ ଦୂରରେ ରହିଛି ଅଭିଯୁକ୍ତ । ଗତକାଲି ଯାହାକୁ ପୋଲିସ ପଚରାଉଚରା କରିଥିଲା, ତାଙ୍କର ଏ ଘଟଣା ସହ କୌଣସି ସଂପର୍କ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିବା ପରେ ଏବେ ସାମନାକୁ ଆସିଛି ଆଉ ଏକ ଚେହେରା । ଅନ୍ୟ ଜଣେ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ପୋଲିସ ।
ଏବେ ସଂପୃକ୍ତ ସନ୍ଦିଗ୍ଧର କିଛି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଜଣକ ଗୋଟିଏ ମୋବାଇଲ ଷ୍ଟୋରରୁ କିଛି କିଣାକିଣି କରିଛି । ଦାଦରର ଲକ୍ଷ୍ମୀ ହୋଟେଲ ନିକଟରେ ଥିବା ଏହି ଷ୍ଟୋରରୁ ସେ କିଛି କିଣାକିଣି କରିଥିଲା । ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଦରର ଲକ୍ଷ୍ମୀ ହୋଟେଲ ଅଞ୍ଚଳର ସିସିଟିଭି ଫୁଟେଜ ଜାରି କରିଛି । ସେଠାରେ ପୋଲିସ ରାତି ୯ଟାରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ସେ ଫେରାର ହୋଇ ସାରିଥିଲା ।ସିସିଟିଭି ଫୁଟେଜ ଓ ମିଳିଥିବା ତଥ୍ୟରୁ ଯାହା ଜଣାପଡ଼ିଛି, ଅଭିଯୁକ୍ତ ବାନ୍ଦ୍ରା ରେଲୱେ ଷ୍ଟାସନ ପାଖରେ ନିଜ ପୋଷାକ ପରିବର୍ତ୍ତନ କରି ଚାଲି ଯାଇଥିଲା ।
ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ସେ କିଭଳି ନିଜ ସାର୍ଟର ହାତକୁ ଫୋଲ୍ଡ କରି ଆଗକୁ ଯାଉଛି । ଅଭିଯୁକ୍ତକୁ ଏକଥାକୁ ନେଇ ମଧ୍ୟ ସତର୍କ ଥିଲା ଯେ ଯେପରି ତାର ଚିତ୍ର ସିସିଟିଭିରେ ନ ଆସୁ ବୋଲି । କିନ୍ତୁ ତାର ଫାଷ୍ଟଟ୍ରାକ୍ ବ୍ୟାଗ୍ ତାର ପରିଚୟ ସ୍ପଷ୍ଟ କରୁଥିଲା । ଆକ୍ରମଣକାରୀ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବାନ୍ଦ୍ରା ଅଞ୍ଚଳରେ କଟାଇ ଥିଲା । ଯେଉଁ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ତାହା ସକାଳ ୭ଟା ବେଳର ।
Comments are closed.