Latest Odisha News

ଭାରତୀୟ କ୍ରିକେଟରଙ୍କ ଅଟୋଗ୍ରାଫ ଥିବା ବ୍ୟାଟକୁ ଦାନ କଲେ ନାଥନ ଲିଅନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଫ୍ ସ୍ପିନର ନାଥନ ଲିଅନ; ବିରାଟ କୋହଲି, ଜସପ୍ରିତ ବୁମ୍‌ରା ଏବଂ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଦାନ କରିଦେଇଛନ୍ତି । ଲିଅନଙ୍କ ଏହି କାର୍ଯ୍ୟ ପାଇଁ  ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା କରୁଛନ୍ତି ।

ନାଥନ ଲିଅନ ଏହି ବ୍ୟାଟକୁ କ୍ରିକେଟ୍ ଅଷ୍ଟ୍ରେଲିଆର ପାର୍ଟନର ଟାଭେରନେର୍ସକୁ ଦାନ କରିଛନ୍ତି। ଏହି ବ୍ୟାଟ୍ ନିଲାମରୁ ମିଳିଥିବା ଟଙ୍କା ଦିବ୍ୟାଙ୍ଗ କ୍ରିକେଟରମାନଙ୍କ ପାଇଁ ବ୍ୟବହୃତ ହେବ ।

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍ ଏବଂ ନାଥାନ ଲିଓନ ନିଜେ ତିନିଟି ବ୍ୟାଟରେ ସ୍ୱାକ୍ଷର କରିଥିଲେ। ବର୍ଡର ଗାଭାସ୍କର ଟ୍ରଫି ସିରିଜ୍ ସମୟରେ ଏହି ଦସ୍ତଖତ ନିଆଯାଇଥିଲା ।

କ୍ରିକେଟ୍ ଅଷ୍ଟ୍ରେଲିଆ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛି ଯେ, ‘୨୦୨୫ ଜାତୀୟ କ୍ରିକେଟ୍ ଇନକ୍ଲୁଜନ ଚାମ୍ପିଅନସିପ୍ ପୂର୍ବରୁ ନାଥାନ ଲିଅନ ଟାଭେରନେର୍ସ ଅଷ୍ଟ୍ରେଲିଆକୁ ତିନୋଟି ସ୍ୱତନ୍ତ୍ର ବ୍ୟାଟ ଦାନ କରିଛନ୍ତି।

ନାଥନ ଲିଅନ ହେଉଛନ୍ତି ଜାତୀୟ କ୍ରିକେଟ୍ ଇନକ୍ଲୁଜନ ଚାମ୍ପିଅନସିପ୍ ର ବ୍ରାଣ୍ଡ ଆମ୍ବାସାଡର ।

ଏଥିରେ କୁହାଯାଇଛି, ବ୍ରେଲି ଲିପିରେ ପ୍ରତ୍ୟେକ ବ୍ୟାଟ୍ ମଝିରେ ଏକ ଷ୍ଟିକର୍ ଲଗାଯାଇଛି । ଯେଉଁଥିରେ ‘ପ୍ଲେ ଫର୍ ଅଲ୍’ ଲେଖା ଅଛି। ଏଥିରେ ଅଷ୍ଟ୍ରେଲିଆ ଏବଂ ଭାରତୀୟ ଟେଷ୍ଟ କ୍ରିକେଟରଙ୍କ ଅଟୋଗ୍ରାଫ୍ ଅଛି । ବ୍ୟାଟ ନିଲାମରୁ ମିଳିଥିବା ଟଙ୍କାକୁ ଦିବ୍ୟାଙ୍ଗ କ୍ରିକେଟରମାନଙ୍କ ପାଇଁ ବ୍ୟବହାର କରାଯିବ ।

ଏକ୍ସରେ ଏହି ବ୍ୟାଟର ଫଟୋ ସେୟାର କରିଛନ୍ତି ନାଥନ ଓ ଲେଖିଛନ୍ତି ‘ ଦିବ୍ୟାଙ୍ଗ କ୍ରିକେଟ୍ ପାଇଁ ଟଙ୍କା ଏକତ୍ରିତ କରିବାକୁ ଆମକୁ ସାହାଯ୍ୟ କରନ୍ତୁ। ଆମ ପାଖରେ ତିନୋଟି ବ୍ୟାଟ୍ ଅଛି ଯାହା ଉପରେ ବିଜିଟି ସିରିଜ୍ ସମୟରେ ଅଟୋଗ୍ରାଫ୍ ନିଆଯାଇଥିଲା । ଗୋଟିଏ ବ୍ୟାଟରେ ପ୍ୟାଟ୍ କମିନ୍ସ ଏବଂ ଜସପ୍ରୀତ ବୁମ୍ରାଙ୍କ ଅଟୋଗ୍ରାଫ୍ ଅଛି, ଦ୍ୱିତୀୟ ବ୍ୟାଟରେ ଷ୍ଟିଭ୍ ସ୍ମିଥ୍ ଏବଂ ବିରାଟ କୋହଲିଙ୍କ ଅଟୋଗ୍ରାଫ୍ ଏବଂ ତୃତୀୟ ବ୍ୟାଟରେ ମୋର ଏବଂ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଅଟୋଗ୍ରାଫ୍ ଅଛି।

 

Comments are closed.