Latest Odisha News

BREAKING NEWS

୪ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୩ଟି ସ୍ଥାନୀୟ ମାମଲା ରହିଛି । ସେଥିମଧ୍ୟରେ ୪ ଜଣ ରେଳ କର୍ମଚାରୀ ଏବଂ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ଯଥାକ୍ରମେ ୩୮, ୩୦, ୩୪ ଓ ୩୧ ବର୍ଷ ରହିଛି ।

ସେହିପରି ୩ ସ୍ଥାନୀୟ ମାମଲା ମଧ୍ୟରୁ ୨ଟି ଡୁମଡୁମାର ଏଚବି କଲୋନୀ ଏବଂ ସେମାନେ ଜଣେ କରୋନା ପଜିଟିଭଙ୍କ ସମ୍ପର୍କୀୟ ହୋଇଥିବା ବେଳେ ଦୁହିଁଙ୍କ ବୟସ ୪୫ ଓ ୧୦ ବର୍ଷ ବୋଲି ସୂଚନା ମିଳିଛି ।

ଅପରପକ୍ଷରେ ଅନ୍ୟଜଣେ ୩୧ ବର୍ଷୀୟ ମହିଳା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହାଛଡା ଚନ୍ଦ୍ରଶେଖରପୁରର ଏଚବି କଲୋନୀର ଜଣେ ୨୮ ବର୍ଷୀୟ ଯୁବକ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.