Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ୭୦୦ରୁ ଊର୍ଦ୍ଧ୍ବ ମିଲିସିଆ

ମାଲକାନଗିରି: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦେଖି ସଙ୍ଗଠନ ଛାଡିଛନ୍ତି ମିଲିସିଆ । ମାଲକାନଗିରି ଜିଲ୍ଲାରୁ 700ରୁ ଅଧିକ ମିଲିସିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।  ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ସ୍ରୋତରେ ସାମିଲ ହେଉଛନ୍ତି  ଆଦିବାସୀ । ପୋଲିସର ସଚେତନତା ପରେ  ଆନ୍ଧ୍ର ଓ ଓଡିଶାର 700 ରୁ ଉର୍ଦ୍ଧ୍ବ ମିଲିସିଆ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ସାଧାରଣ ଜୀବନ ଅତିବାହିତ କରିବା ପାଇଁ  ଆତ୍ମସମର୍ପଣ କରିଥିବା କହିଛନ୍ତି । ମିଲିସିଆ ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କୋରାପୁଟ ଡିଆଇଜି ରାଜେଶ୍ ପଣ୍ଡିତଙ୍କ ସହ ମାଲକାନଗିରି ଏସପି ନୀତିଶ ଓ୍ବାଧଓ୍ବାନେ ଓ ବିଏସଏଫ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି  ଏ ସମସ୍ତ ଆଦିବାସୀ ।

Leave A Reply

Your email address will not be published.