Latest Odisha News

BREAKING NEWS

ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା

ଫାଇଭ-ଟିରେ  ରୂପାନ୍ତରିତ ହେବ ଭିସୁଟ

ଭୁବନେଶ୍ବର: ବଦଳିବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ର ରୂପରେଖ ।  ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା  । ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯିବ  ।  IIT ଓ NIT ସହିତ ସମକକ୍ଷ ହେବ ଭିସୁଟ  । ଫାଇଭ-ଟିରେ  ରୂପାନ୍ତରିତ ହେବ ଭିସୁଟ । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ଦକ୍ଷତା ବିକାଶ କେନ୍ଦ୍ର, ସ୍କୁଲ ଅଫ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ ବେସିକ ସାଇନ୍ସ ପରି ୭ଟି ସ୍କୁଲ ରହିବ  ।

ଭିସୁଟର ଭିତ୍ତିଭୂମି ବିକାଶ ହେବ । ଏବେ ୨ହଜାର ୮୪୯ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବରେଟୋରୀ, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ ।

ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବରେଟୋରୀ ସୁବିଧା ଉପଲବ୍ଧ ହେବ । ଅତି କମରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ । ଗତ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ, ଫାଇଭ-ଟି ସଚିବ ବୁର୍ଲା ଗସ୍ତରେ ଯାଇ ଭିସୁଟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଖର୍ଚ୍ଚ ହେବ ।  ଡିସେମ୍ବର ଶେଷ ସୁଦ୍ଧା ସରିବ ସ୍ମାର୍ଟକ୍ଲାସ ରୁମ ନିର୍ମାଣ କାମ  । ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଭିସୁଟକୁ ଏକ ମଲ୍ଟି ଡିସିପ୍ଲିନାରି ଇଞ୍ଜିନିୟରିଂ ଆଣ୍ଡ  ରିସର୍ଚ୍ଚ ୟୁନିଭର୍ସିଟି ଭାବେ ଏହାକୁ ବିକଶିତ କରାଯିବ ।

ବର୍ତ୍ତମାନ

Leave A Reply

Your email address will not be published.