Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ରଙ୍ଗୀନ ଆଲୋକମାଳାରେ ଝଲସୁଛି ରେଳ ସଦନ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ରାଜଧାନୀ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଛି । ଭୁବନେଶ୍ୱର ସହରରେ ଥିବା ବଡ଼ ବଡ଼ ଅଟ୍ଟାଳିକା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକମାଳାରେ ସଜ୍ଜିତ ହେବା ଫଳରେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ସବୁଠାରୁ ଆକର୍ଷଣୀୟ ଲାଗୁଛି ଚନ୍ଦ୍ରଶେଖରପୁରରେ ଥିବା ଇଷ୍ଟକୋଷ୍ଟ ରେଳବାଇର ରେଳ ସଦନ ମୁଖ୍ୟ କାର୍ଯ୍ୟାଳୟ ।

ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦନରେ ତ୍ରୀରଙ୍ଗାର ଏଲଇଡ଼ି ଲାଇଟ୍ ମାଧ୍ୟମରେ ସଜ୍ଜିତ ହୋଇଛି । ଏହା ଜନସାଧାରଣଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିପାରୁଛି ।

ଜାନୁଆରୀ ୨୬ ତାରିଖରେ ରାଜଧାନୀ ପାଳନ କରିବ ରାଜ୍ୟସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରେଳ ସଦନର ବିରାଟ ଅଟ୍ଟାଳିକା ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇ ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଛି ।

ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ୱରରେ ଏଥର ପାଳିତ ହେବ ସାଧାରଣତନ୍ତ୍ର ଦିବସ । ରବିବାର ଦିନ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ଯୋଗଦାନ କରି ପତାକା ଉତ୍ତୋଳନ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.