Latest Odisha News

BREAKING NEWS

ଭୁବନେଶ୍ୱର ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା; ଠିକା କମ୍ପାନୀ ଏମଡିଙ୍କ ସହ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଗତକାଲି ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଠିକା କମ୍ପାନୀର ଏମଡି ଦିଲ୍ଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର୍ ଆଶିଷ ସରକାର ଏବଂ ଦୁଇ ସିଭିଲ୍ ଇଞ୍ଜିନିୟର୍ ଅଭିଳାଷ ସରକାର ଓ ଗୌତମ ରାୟ ।

ଅଧିକ ପଢନ୍ତୁ: ଭୁବନେଶ୍ୱର ବିମାନବନ୍ଦରରେ ଭୁଶୁଡିଲା ନିର୍ମାଣାଧିନ ଛାତ

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତି ସମୟରେ କୌଣସି କାରଣବଶତଃ ଉକ୍ତ ବିମାନ ବନ୍ଦର ପରିସରରେ ଥିବା ଏକ ନିର୍ମାଣଧିୀନ କୋଠାର ଛାତଟି ଭୁଷୁଡି ପଡିଥିଲା । ବିମାନବନ୍ଦରର ଟର୍ମିନାଲ୍‌-୧ ସହ ଟର୍ମିନାଲ୍ ୨କୁ ସଂଯୋଗ କରୁଥିବା ଉକ୍ତ ନିମାଣଧିୀନ କୋଠାର ପ୍ରାୟ ୧୦ ହଜାର ବର୍ଗଫୁଟର ଛାତ ଭୁଷୁଡିଥିବା ଜଣାପଡିଛି । ଏହାବ୍ୟତିତ ଗତକାଲି ରାତିରେ ବିଲ୍ଡିଂରେ କାମ ଚାଲିଥିଲାବେଳେ ଛାତଉପରେ ଢଳେଇ ପଡିବାର କିଛି ସମୟ ପରେ ଅଚାନକ ଏଭଳି ଅଘଟଣ ଘଟିଥିଲା ।

ମୃତକ ଜଣକ କଟକ ଜିଲ୍ଲାର ଅନ୍ତର୍ଯ୍ୟାମୀ ଗୁରୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କ ନାମ କିଶୋର ସ୍ୱାଇଁ ବୋଲି ଜଣାପଡିଛି । ଏହାବ୍ୟତିତ କିଶୋର ଢେଙ୍କାନାଳର ବାସିନ୍ଦା ।

Leave A Reply

Your email address will not be published.