Latest Odisha News

BREAKING NEWS

ରଣଜୀ ଟ୍ରଫିରେ ତ୍ରିଶତକ ମାରିଲେ ପୃଥ୍ୱୀ ଶ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବୁଧବାର ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ ଆସାମ ବିପକ୍ଷରେ ସ୍ମରଣୀୟ ତ୍ରିଶତକ ହାସଲ କରିଛନ୍ତି । ସେ ୩୭୯ରନ କରି ଆଉଟ ହୋଇ ଯାଇଥିଲେ । ସେ ୩୮୩ ବଲର ସମ୍ମୁଖୀନ ହୋଇ ୪୯ ଚୌକା ଓ ୪ ଛକା ମାରିଥିଲେ । ୧୯୪୮ରେ ମହାରାଷ୍ଟ୍ର ପକ୍ଷରୁ ଖେଳି ଭାଉସାହେବ ନିମ୍ବଲକର କାଠିୟାୱାଡ ବିପକ୍ଷରେ ୪୪୩ ରନର ଇନିଂସ ଖେଳିଥିଲେ । ଏହା ରଣଜୀ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ରଣଜୀ ଟ୍ରଫିରେ ୩୫୦ରୁ ଊର୍ଦ୍ଧ୍ୱ ରନ କରିବାରେ ଶ’୯ମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ସ୍ୱପ୍ନିଳ ଗୁଗଲେ (୩୫୧), ଚେତେଶ୍ୱର ପୂଜାରା(୩୫୨), ଭିଭିଏସ ଲକ୍ଷ୍ମଣ (୩୫୩), ସମିତ ଗୋହେଲ (୩୫୯), ବିଜୟ ମର୍ଚ୍ଚାଂଟ (୩୫୯), ଏମଭି ଶ୍ରୀଧର (୩୬୬) ଓ ସଞ୍ଜୟ ମଂଜ୍ରେକର (୩୭୭) ଏହି କୀର୍ତିମାନ ସ୍ଥାପନ କରିଥିଲେ ।

ମୁମ୍ବାଇ ପକ୍ଷରୁ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର । ମଂଜ୍ରେକର ତାଙ୍କ ପୂର୍ବରୁ ହାଇଦ୍ରାବାଦ ବିପକ୍ଷରେ ୩୭୭ ରନର ଇନିଂସ ଖେଳିଥିଲେ । ନିକଟରେ ୭୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବ୍ୟକ୍ତିଗତ ରଣଜୀ ସ୍କୋର । ଶ’ଙ୍କ ଇନିଂସ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୪ ୱିକେଟ ବିନିମୟରେ ୬୮୭ ରନ କରିଛି ।

Leave A Reply

Your email address will not be published.