Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା କଟକର ବେହେରା ସାହି, ପୁଣି ୪୬ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଆଜି ପୁଣି ୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ବେହେରା ସାହି ଓ ମାଲଗୋଦାମ ଅଂଚଳରୁ ୪୬ ଜଣ ଅଛନ୍ତି । ସେହିପରି କ୍ୱାରେଂଟାଇନ୍ ସେଂଟରରୁ ୭, ହୋମ୍ କ୍ୱାରେଂଟାଇନ୍‌ରୁ ୭ ଓ ସ୍ଥାନୀୟ ଅଚଂଳରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଦେୱାନ୍ ବଜାରରୁ ୩ ଜଣ, ବକ୍ସି ବଜାରରୁ ୨, ଖପୁରିଆ ନେତାଜି ନଗର, ମେଡିକାଲ ରୋଡ, ବିଦ୍ୟାଧରପୁର, ବିଡାନାସି, କଂଟେନ୍‌ମେଂଟ ରୋଡ୍‌, କନିକା ରୋଡ, ସିଡିଏ ସେକ୍ଟର-୯, ମହିମା ନଗର ମଠ ସାହି, ଚୌଧୁରୀ ବଜାର ଓ ସତୀ ଚଉଁରାରୁ ଜଣେ ଲେଖାଏଁ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୫୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୩ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୭୭୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.