Latest Odisha News

ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ: ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି ଯେ, ତାଙ୍କର କୌଣସି କୋଭିଡ ଲକ୍ଷଣ ନଥିଲା । ତଥାପି ସେ ଗତକାଲି ତାଙ୍କ ନମୂନା ପରୀକ୍ଷା କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ଆଜି ପଜିଟିଭ ଆସିଥିବା ନେଇ ବରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି । ସେ ଏବେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.