Latest Odisha News

BREAKING NEWS

ମର୍ଣ୍ଣିଂୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡି, ଝିଆରୀ ଓ ମାଉସୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ କୋଟି ନଡା ଫାଣ୍ଡି ଅଞ୍ଚଳରେ ସୋମବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ୨ ଜଣଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି ।

ମୃତଙ୍କ ନାମ ଆଶା ରାଣୀ ଖଣ୍ଡୁଆଳ ଓ ରଶ୍ମୀତା ପରିଡା ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପର୍କରେ ମାଉସୀ ଓ ଝିଆରୀ ହୋଇଥିବା ଏହି ଦୁଇ ଜଣ ମର୍ଣ୍ଣିଂୱାର୍କରେ ଯାଇଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ହେଲେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫ ବର୍ଷୀୟ ପୁଅ ।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.