Latest Odisha News

BREAKING NEWS

କର୍ମଚାରୀଙ୍କୁ ଏଲନ୍ ମସ୍କଙ୍କ ଚେତାବନୀ, ୮୦ଘଣ୍ଟା କର୍ମ ସପ୍ତାହ ବାଧ୍ୟତାମୂଳକ

ସାନ୍ ଫ୍ରାନ୍ସିସ୍କୋ : ଟ୍ୱିଟର କର୍ମଚାରୀଙ୍କୁ ସିଇଓ ଏଲନ୍ ମସ୍କଙ୍କ ଚେତାବନୀ ।  ସୋସିଆଲ ମିଡିଆ ଦୁନିଆରେ ରାଜ୍ କରୁଥିବା ଟ୍ୱିଟର ବ୍ୟବହାର ପାଇଁ ବାରମ୍ବାର କମ୍ପାନୀ ଚାର୍ଜ ଲଗାଇବାକୁ ଘୋଷଣା କରିସାରିଛି । ଏହା ସହିତ କର୍ମଚାରୀଙ୍କୁ ଚାକିରୀର ସମୟ ନିର୍ଘଣ୍ଟ ବଢାଇବାକୁ କହିଛନ୍ତି ।  ୮୦ଘଣ୍ଟା କର୍ମ ସପ୍ତାହ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି  ।

ସେହିପରି ମାଗଣାରେ ଖାଦ୍ୟ ଦିଆଯିବା ନାହିଁ ବୋଲି ମଧ୍ୟ ସେ କହିଛନ୍ତି । କରୋନା ମହାମାରୀ ସମୟରେ ଓ୍ୱାର୍କ ଫ୍ରମ ହୋମ୍ ସୁବିଧା ଦିଆଯାଇଥିଲା, ଯାହା ଏବେ ବନ୍ଦ ହୋଇଯାଇପାରେ ବୋଲି ମସ୍କ କହିଛନ୍ତି । ଏପରିକି କମ୍ପାନୀର ନିଷ୍ପତ୍ତିକୁ ପସନ୍ଦ କରୁନଥିବା କର୍ମଚାରୀ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି । ତାଙ୍କର ଏପରି ନିଷ୍ପତ୍ତିକୁ କର୍ମଚାରୀଙ୍କ ଉପରେ ଓଲଟା ପ୍ରଭାବ ପକାଇପାରେ । କମ୍ପାନୀ କ୍ରୟ କରିବା ପରେ ସେ ପ୍ରଥମ ଥର ପାଇଁ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । କ୍ଷତିରେ ଚାଲୁଥିବା କମ୍ପାନୀର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଚେଷ୍ଟା କରିଛନ୍ତି ମସ୍କ । ଏଥିପାଇଁ କର୍ମଚାରୀଙ୍କୁ ବି ଚରମବାଣୀ ଶୁଣାଇଛନ୍ତି ।

Leave A Reply

Your email address will not be published.