Latest Odisha News

BREAKING NEWS

ବଲିଉଡରୁ ବ୍ୟାପୁଛି କରୋନା: ବିଶାଳ, ସ୍ୱରାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ: ବଲିଉଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ସଙ୍ଗୀତକାର ବିଶାଳ ଦଦଲାନୀ ଓ ଅଭିନେତ୍ରୀ ମିଥିଲା ପାଲକରଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଶାଳ କରୋନା ସଂକ୍ରମିତ ହେବା ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ ସ୍ୱରା ଭାସ୍କର ଏବଂ ତାଙ୍କ ପରିବାର ସଦସ୍ୟ, ସାଉଥ ସୁପରଷ୍ଟାର ମହେଶ ବାବୁ, ମିମି ଚକ୍ରବର୍ତି, ଅର୍ଜୁନ କାପୁର, ଏକତା କାପୁର, ମୃଣାଳ ଠାକୁର, ରାହୁଲ ରାୱେଲ, ନକୁଳ ମେହେଟ୍ଟା ପ୍ରମୁଖ କରୋନା ସଂକ୍ରମିତ ହୋଇ ସାରିଛନ୍ତି ।

Leave A Reply

Your email address will not be published.