Latest Odisha News

BREAKING NEWS

ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ମୂଖ୍ୟ ଫାଟକରେ ଝୁଲୁଛି ତାଲା

ନବରଙ୍ଗପୁର : ଏମ. ଖଟୁଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏମ.ଖଟୁଗୁଡା ଗାଁରେ ଦେଖିବାକୁ ମିଳିଛି ! ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଥିବାବେଳେ ୧୩୦ ଜଣ ଛାତ୍ର,ଛାତ୍ରୀ ପାଠ ପଢୁଛନ୍ତି ।

କିନ୍ତୁ ୧୩୦ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ କେବଳ ଦୁଇଟି ଶ୍ରେଣୀଗୃହ ରହିଛି । ଫଳରେ ଛାତ୍ରଛାତ୍ରୀମାନେ  ଭଲ ଭାବେ ବସି ପାଠ ପଢ଼ିପାରୁ ନାହାଁନ୍ତି । ପ୍ରଥମ ଶ୍ରେଣୀରୁ ଅଷ୍ଟମଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ  ଅଛନ୍ତି କିନ୍ତୁ ଗୋଟିଏ ସମୟରେ ଦୁଇଟି ଶ୍ରେଣୀ ଗୃହରେ ଶିକ୍ଷକ ପାଠ ପଢ଼ାଇବା ଅସମ୍ଭବ ହେଉଛି ।  ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ବିଦ୍ୟାଳୟରେ ପାଚେରୀ ନଥିବା ଓ ଶିକ୍ଷକ ପଦବୀ ପୂରଣ କରିବା ଭଳି ସମସ୍ୟା ଗୁଡ଼ିକୁ ନେଇ ଗ୍ରାମବାସୀ ମାନେ ଅନେକଥର ଉଚ୍ଚସ୍ଥରୀୟ ଅଧିକାରୀ ମାନଙ୍କ ନିକଟରେ ଗୁହାରି କରି ବିଫଳ ହେବାପରେ ଏନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ମିଳିତ ଭାବେ ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି।

ଏନେଇ ଡାବୁଗାଁ ବିଡ଼ିଓ,ବ୍ଲକ ଶିକ୍ଷାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ବି ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହିଛନ୍ତି  । ଦାବୀ ପୂରଣ ନାହିଁ ତ ବିଦ୍ୟାଳୟ ତାଲା ଖୋଲିବ ନାହିଁ ବୋଲି ଅଡ଼ି ବସିଛନ୍ତି ଗ୍ରାମବାସୀ । ସ୍ଥାନୀୟ ସରପଞ୍ଚ,ବିଡ଼ିଓ, ବିଇଓ  ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗାଁ ଲୋକେ ମାନିବାକୁ ନାରାଜ । ଦାବୀ ପୂରଣ କର ବିଦ୍ୟାଳୟର ତାଲା ଖୋଲିବ ବୋଲି କହିଛନ୍ତି ଗ୍ରାମବାସୀ। ଦୀର୍ଘ ୧୦ ଦିନ ଧରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି  । ସେପଟେ ଆଗାମୀ ଦିନରେ ବିଦ୍ୟାଳୟର ଆବଶ୍ୟକତା ଅନୁସାରେ ଶିକ୍ଷକ ପଦବୀ ପୁରଣ କରାଯିବ କହିଛନ୍ତି ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ !

Leave A Reply

Your email address will not be published.