Latest Odisha News

ସଲମାନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ବୃଦ୍ଧି କରିଛି । ଏବେ ତାଙ୍କୁ ୱାଇ ସୁରକ୍ଷା ପ୍ରଦାନ କରାଯିବ । ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକ ପରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁନରେ ସଲମାନଙ୍କ ବାପା ତଥା ପ୍ରସିଦ୍ଧ ଲେଖକ ସଲୀମ ଖାଁଙ୍କୁ ଧମକ ଭରା ପତ୍ର ମିିଳିଥିଲା । ଏ ନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ୨୯ ମେରେ ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ଲରେନ୍ସ ଗ୍ରୁପ ସଲମାନଙ୍କୁ ଧମକ ଦେଇଥିଲେ । ଅଗଷ୍ଟରେ ସଲମାନଙ୍କୁ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା ।

ସଲମାନ ଏବେ ବିଗ ବସ ୧୬ର ହୋଷ୍ଟ କରୁଛନ୍ତି । ଏହା ବ୍ୟତୀତ ଖୁବ ଶୀଘ୍ର ତାଙ୍କର ଟାଇଗର ୩ ଓ କିସି କି ଭାଇ କିସି କା ଜାନ ଫିଲ୍ମ ରିଲିଜ ହେବାକୁ ଯାଉଛି । ଶେଷ ଥର ପାଇଁ ତାଙ୍କୁ ଅନ୍ତିମ ଦି ଫାଇନାଲ ଟ୍ରୁଥରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.