Latest Odisha News

BREAKING NEWS

ଚେକିଂ ବେଳେ ଜବତ ହେଲା ୮ କୋଟି

ଗରିକାପାଦୁ: ଆନ୍ଧ୍ରପ୍ରଦେଶର ଏକ ଚେକ୍ ପୋଷ୍ଟରୁ ଜବତ ହେଲା ନଗଦ ୮ କୋଟି ଟଙ୍କା । ଗରିକାପାଦୁ ଚେକ୍ ପୋଷ୍ଟରେ ପାଇପ୍ ଲୋଡ୍ ହୋଇ ଯାଉଥିବା ଟ୍ରକରେ ଚେକିଂ ବେଳେ ଏନଟିଆର ଜିଲ୍ଲା ପୁଲିସ ବିଡ଼ା ବିଡ଼ା ଟଙ୍କା ବଣ୍ଡଲ ଜବତ କରିଛି । ଟ୍ରକରେ ସ୍ୱତନ୍ତ୍ର କ୍ୟାବିନରେ ଟଙ୍କା ଭର୍ତ୍ତି କରି ହାଇଦ୍ରାବାଦରୁ ଗୁଣ୍ଟୁର ସହରକୁ ପଠାଯାଉଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ଟ୍ରକ୍‌କୁ ତନ ତନ କରି ଯାଞ୍ଚ କରିଥିଲା। ଏହାପରେ ଟ୍ରକ୍‌ରୁ ବିଡ଼ା ବିଡ଼ା ଟଙ୍କା ଜବତ କରିଥିଲା। ଜବତ ହୋଇଥିବା ସମସ୍ତ ଟଙ୍କାକୁ ଜିଲ୍ଲା ଯାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଛି ।କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାହାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏହି ଟଙ୍କା କାହାର, କେଉଁଠୁ ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୁଲିସ୍‌ ଏହାର ଛାନଭିନ ଆରମ୍ଭ କରିଛି। ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଅଧିକାରୀ ଏବଂ ଫ୍ଲାଇଂ ସ୍କ୍ୱାଡ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜଗେଆପେଟ୍ ସର୍କଲ ଇନସ୍ପେକ୍ଟର।

ଆସନ୍ତା ୧୩  ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଉକ୍ତ ଦିନ ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରେ ଆନ୍ଧ୍ରପ୍ରଦେଶର ୨୫ଟି ସିଟ୍‌ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.