Latest Odisha News

BREAKING NEWS

ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା  । ଏବେ ଏହି ତାତିରୁ ମିଳିବ  ଆଶ୍ୱସ୍ତି । ଗତକାଲି  କାଳବୈଶାଖୀ ବର୍ଷା  ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି  । ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ । ତାତି ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ରହିପାରେ ।

ଉତ୍ତର ଓଡ଼ିଶାରେ ୧୨ରୁ ୧୪ ତାରିଖ ଯାଏ କାଳବୈଶାଖୀ ପ୍ରଭାବରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନଜରରେ ରଖି ଆସନ୍ତା ୪ରୁ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ଅଛି ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର । ଏହି ପାଞ୍ଚଟି ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ଏହି ୫ ଟି ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଟ୍ଵିନ ସିଟିରେ କାଳବୈଶାଖୀର ପ୍ରବାହ ରହିବ ତା ସହ ଉପକୂଳ ଓଡିଶାରେ ମଧ୍ୟ କାଳବୈଶାଖୀ ବର୍ଷାର ପ୍ରବାହ ରହିବ । ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ।

 

Leave A Reply

Your email address will not be published.