Latest Odisha News

BREAKING NEWS

‘ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ’… କନିଷିରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କଲେ ନବୀନ

ଗୋପାଳପୁର: ନିର୍ବାଚନକୁ ମାତ୍ର ଆଉ ଦିନ କେଇଟା ବାକି ଥିବା ବେଳେ ଜୋରସୋରରେ କମ୍ପୁଛି ପ୍ରଚାର ମଇଦାନ । ଏହାରିଭିତରେ ଗଞ୍ଜାମ ଜିଲ୍ଲା କନିଷିଠାରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏତେ ଖରାରେ ଆସିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଜନସଭାରେ ଅଭିଭାଷଣ ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ଲୋକ ସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଭାଜପା ପ୍ରାର୍ଥୀ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି। ଭୃଗୁ କହିଛନ୍ତି, ଗରିବ ପିଲାଙ୍କ ଟଙ୍କାରେ ମର୍ସିଡିଜ୍‌ ଚଢ଼ି ବୁଲୁଥିଲେ। ଯେଉଁ ଦଳ ସେଇ ବ୍ୟକ୍ତିଙ୍କ ବିରୋଧରେ ଆନ୍ଦୋଳନ କରିଥିଲା,ସେଇ ଦଳ ଆଜି ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପଟେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉଦବୋଧନ ଦେବା ସମୟରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ଆମେ ୯୦ ପ୍ରତିଶତ ଆସନରେ ବାଜିମାତ କରିବୁ । ଓଡିଶାବାସୀଙ୍କୁ ବିଜେପି ଇସ୍ତାହାର ପସନ୍ଦ ଆସୁନାହିଁ । ୨୦୧୪ ମସିହାରେ ବିଜେପି ଯେଉଁ ମେନିଫେଷ୍ଟୋ ଆଣିଥିଲା, ଅନେକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲା । କିନ୍ତୁ ୨୦ରୁ କମ୍ ଆସନରେ ବାଜି ମାରିଥିଲା । ସେହିଭଳି ୨୦୧୯ରେ ମଧ୍ୟ ମେନିଫେଷ୍ଟୋ ଆଣିଥିଲା କିନ୍ତୁ ୨୦ ରୁ ୨୧ ଆସନରେ ହିଁ ବାଜି ମାରିଥିଲା । ତେଣୁ ଚଳିତ ବର୍ଷର ମାନିଫୋଷ୍ଟୋ ମଧ୍ୟ କିଛି ହେବାର ନାହିଁ । ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ । ଏହାପରେ ଇସ୍ତାହାର ଘରେ ଘରେ ପହଞ୍ଚାଇବା ପାଇଁ ଅପିଲ କରୁଛି ।

Leave A Reply

Your email address will not be published.