Latest Odisha News

BREAKING NEWS

ୟୁନିଭର୍ସିଟିରେ ଗୁଳିକାଣ୍ଡ; ୮ ମୃତ

ନୂଆଦିଲ୍ଲୀ: ରୁଷ୍‌ ୟୁନିଭର୍ସିଟିରେ ଗୁଳିକାଣ୍ଡ। ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଜଣେ ସୁଟର୍‌ ରୁଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ଚାଳନା ଯୋଗୁ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ରୁଷ୍‌ର ପର୍ମ ଷ୍ଟେଟ ୟୁନିଭରସିଟି ଉପରେ ହୋଇଥିବା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭୟଭୀତ ଛାତ୍ରମାନେ ଅଡିଟୋରିୟମ ଏବଂ ହଲରେ ଲୁଚି ରହିଥିଲେ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଭୟଭୀତ ଛାତ୍ରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଉଁଥିବା ଦେଖିବାକୁ ମିଳିଛି। ଏହି ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରୁଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇଥିବା ଯୁବକ ୧୮ ବର୍ଷର ଟିମୁର ବେକମାନସୁରୋଭର ଘଟଣାସ୍ଥଳରେ ଗୁଳି ଚାଳନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପର୍ମ ସହର ରୁଷର ରାଜଧାନୀ ମସ୍କୋଠାରୁ ୭୦୦ ମାଇଲ ପୂର୍ବରେ ଅବସ୍ଥିତ।

Leave A Reply

Your email address will not be published.