Latest Odisha News

BREAKING NEWS

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି ।

ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ ହାଡୀବଂଶ ଓ ସୁଦର୍ଶନ କଣ୍ଟାବଂଶ ନାମକ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଦୁଇଜଣଙ୍କୁ ବାଦ୍ ଦେଲେ ଗାଁରେ ପ୍ରାୟ ୭ରୁ ଅଧିକ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗାଁର ଦୂଷିତ ପରିବେଶ ପାଇଁ ଡେଙ୍ଗୁ ବ୍ୟାପୁଥିବା ଅନୁମାନ କରାଯାଉଛି ।

ତେବେ ସବୁଠୁ ଚକିତକର ଘଟଣା ହେଉଛି ଯେଉଁଠି ଓଡିଶା ସରକାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ଡିଣ୍ଡିମ୍ ପିଟୁଛନ୍ତି, ସେଠି ଲୋକେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଯାଇ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଘଟ ହେବା ପରେ ଆଜି ଏକ ମେଡିକାଲ ଟିମ୍ ଗାଁରେ ପହଂଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.