ହେମଗିର:ହେମଗିର ଅଞ୍ଚଳରେ ବ୍ରାଉନସୁଗାରର ଚୋରା କାରବାର ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ଗୁରୁବାର ପୋଲିସ ହାତରେ ଦୁଇ ବେପାରୀ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଡୁଡୁକାର ଭବାନୀ ନାଏକ (୩୯) ଓ ଠିଠେଇଟାଙ୍ଗରର ମନୋଜ ଭୋଇ (୩୯)। ସେମାନଙ୍କଠାରୁ ୮.୧୨ ଗ୍ରାମ୍ ବ୍ରାଉନସୁଗର ସହ ନଗଦ ୧୦୫୧୦ ଟଙ୍କା, ୨ଟି ମୋବାଇଲ୍ ଜବତ କରାଯାଇଛି।
ବିଶ୍ବସ୍ତ ସୂଚନା ଆଧାରରେ ୬ ତାରିଖ ସନ୍ଧ୍ୟାରେ ହେମଗିର ଥାନା ବଲିଙ୍ଗା ଫାଣ୍ଡି ପୋଲିସ ଡୁଡୁକା କଲେଜ ପଛପଟ ଗାଁ ଖେଳ ପଡ଼ିଆରେ ଚଢ଼ଉ କରି ଦୁଇ ବେପାରୀଙ୍କୁ କାବୁ କରିଥିଲା ।
