Latest Odisha News

BREAKING NEWS

ଚୋରି ଘଟଣାର ପର୍ଦ୍ଦା ଫାସ: ଚୋରି ସାମଗ୍ରୀ ଜବତ, ୮ ଗିରଫ

ସୁବର୍ଣ୍ଣପୁର: ମେଣ୍ଡାରେ ଚୋରି ଘଟଣାର ପର୍ଦ୍ଦା ଫାସ। ଚୋର ସହ ଚୋରି ସାମଗ୍ରୀ ଉଦ୍ଧାର। ୮ ଜଣଙ୍କୁ ଗିରଫ କରିକୋର୍ଟ ଚାଲାଣ। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ହୋଇଥିବା ଏକ ବଡ ଧରଣର ଚୋରି ଘଟଣାର ପର୍ଦ୍ଦା ଫାସ ହୋଇଛି। ତରଭା ପୋଲିସ ଚୋର ମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଏ ସମ୍ବନ୍ଧରେ ତରଭା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୫ ତାରିଖ ମୋନାଲିସା କର ମେଣ୍ଡା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ସେ ଓ ତାଙ୍କ ପରିବାର ଗତ ବର୍ଷ ଅକ୍ଟୋବର ମାସରୁ ଭୁବନେଶ୍ୱରରେ ରହିଥିଲେ। ଏହି ସମୟରେ ତାଙ୍କ ମେଣ୍ଡାସ୍ଥିତ ଘରଟି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ତାଙ୍କ ଘରର ସମସ୍ତ ସୁନା, ରୂପା ଅଳଙ୍କାର, ପିତ୍ତଳ ସାମଗ୍ରୀ ତଥା ବିଭିନ୍ନ ସାମଗ୍ରୀ ଚୋରି ନେଇଯାଇ ଥିଲେ। ଚଳିତ ମାସ ୪ ତାରିଖ ଘରକୁ ଫେରିବା ପରେ ସେ ଘରର ବିଭିନ୍ନ ସାମଗ୍ରୀ ନପାଇ ପୋଲିସକୁ ଖବର ଦେଇଥିଲେ।

ସୋନପୁର ଏସପି ୟସ ପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ଇନ୍ସପେକ୍ଟର ରମେଶ ମାହାଣା, ତରଭା ଆଇଆଇସି ଅନିତା କିଡୋ, ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁଙ୍କୁ ନେଇ ଗଠିତ ଟିମ ତଦନ୍ତ ଆରମ୍ଭ କରି ୭ ତାରିଖ ଏହି ଘଟଣାରେ ପୂର୍ବରୁ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଶନିବାର ଅନ୍ୟ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ଚୋରି ହୋଇଥିବା ପ୍ରାୟ ୫ ଭରି ସୁନା ଅଳଙ୍କାର, ରୂପା ଅଳଙ୍କାର, ଅନେକ ପିତ୍ତଳ ସାମଗ୍ରୀ ସହ ୩୭ ହଜାର ଟଙ୍କା ଉଦ୍ଧାର କରିବାରେ କରିଛି । ଚୋରି ଘଟଣାର ପର୍ଦ୍ଦାଫାସ ସହ ଚୋର ମାନେ ଧରା ପଡ଼ିଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରିଛନ୍ତି।

Leave A Reply

Your email address will not be published.