Latest Odisha News

BREAKING NEWS

ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି, ୧୯୦୦ ମସିହାରେ ହୋଇଥିଲେ ଜନ୍ମ

ନୂଆଦିଲ୍ଲୀ: ଆଜିର ଏହି ସମୟରେ ଦୀର୍ଘାୟୁ କେବଳ କଳ୍ପନା ମାତ୍ର । ଆଜିକାଲିର ଜୀବନଶୈଳୀ ଲୋକମାନଙ୍କର ମୃତ୍ୟୁର ଏକ ମୁଖ୍ୟ କାରଣ ପାଲଟିଯାଇଛି ଯେପରି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବୟସ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ୧୯୦୦ ମସିହାରେ ଜନ୍ମ ହୋଇଥିବା ଏହି ବ୍ୟକ୍ତିଙ୍କୁ ଏବେ ୧୨୪ ବର୍ଷ । ସବୁଠାରୁ ବଡ କଥା ଯେ, ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ପେରୁର ଏହି ବ୍ୟକ୍ତିଙ୍କ ନାମ ହେଉଛି ମାର୍ସେଲିନୋ ଏବାଦ । ଏହାରି ଭିତରେ ମାର୍ସେଲିନୋ ଏବାଦ ତାଙ୍କର ୧୨୪ ତମ ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କୁ ବର୍ତ୍ତମାନ ୧୨୪ ହୋଇଥିବା ଜାଣି ପେରୁ ସରକାର ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ । ଏହାପରେ ପେରୁ ସରକାର ତାଙ୍କୁ ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତି ବୋଲି ଦାବି କରିଛନ୍ତି ।

ପେରୁର ଏକ ଛୋଟ ସହର ‘ଚଗଲା’ରେ ଜନ୍ମଗ୍ରହଣ କରିଥିଲେ ଏବାଦ । ୨୦୧୯ ପର୍ଯ୍ୟନ୍ତ ଏବାଦ ସରକାରଙ୍କ ନଜରରେ ଆସିନଥିଲେ । ତେବେ ୨୦୧୯ ପରଠାରୁ ତାଙ୍କୁ ଏକ ଆଇଡି ଏବଂ ପେନ୍‌ସନ୍‌ ପ୍ରଦାନ କରିଥିଲେ ପେରୁ ସରକାର । ତେବେ ଏତେ ବର୍ଷ ଧରି ବଞ୍ଚି ରହିବାର ରହସ୍ୟ ବିଷୟରେ ପଚାରିବାରୁ ଏବାଦ୍ ଯାହା କହିଛନ୍ତି ତା’ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ । ପେଟଭରା ଖାଦ୍ୟ ତାଙ୍କୁ ଏତେ ବର୍ଷ ହେବ ସୁସ୍ଥ ଭାବରେ ବଞ୍ଚାଇରଖିଛି ବୋଲି କହିଛନ୍ତି ଏବାଦ୍ । ଏଥିସହ ପ୍ରଚୁର ଫଳ ଏବଂ ମେଣ୍ଢ ମାଂସ ତାଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ବୋଲି କହିଛନ୍ତି ଏବାଦ୍ ।

ତେବେ ଆଜିବି ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ମାର୍ସେଲିନୋ । ବର୍ତ୍ତମାନ ସେ ହୁଇଲ ଚେୟାରରେ ଯିବା ଆସିବା କରୁଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ପେନସନ ମଧ୍ୟ ମିଳୁଛି । ବର୍ତ୍ତମାନ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନୀତ କରିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପେରୁ ସରକାର ।

ସୂଚନାଯୋଗ୍ୟ ଯେ, ଗିନିଜ ୱାର୍ଲ୍ଡ ରେକର୍ଡରେ ବର୍ତ୍ତମାନ ସବୁଠାରୁ ବୟସ୍କ ବ୍ୟକ୍ତି ହେଉଛନ୍ତି ବ୍ରିଟେନ ବାସିନ୍ଧା ୧୧୧ ବର୍ଷିୟ ବ୍ୟକ୍ତି । ସେହିପରି ସବୁଠୁ ବୟସ୍କ ଜୀବନ୍ତ ମହିଳାଙ୍କ ବୟସ ୧୧୭ ବର୍ଷ ଅଟେ ।

 

Leave A Reply

Your email address will not be published.