Latest Odisha News

BREAKING NEWS

ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ମହିଳାଙ୍କୁ ଅସମ୍ମାନ କରୁଛି ବିଜେପି। ଧମକ ଦେଇ ଭୟଭୀତ କରୁଛି । ଏନେଇ ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ବିଜେଡି କହିଛି ଯେ, ସରକାରୀ ଅଧିକାରୀଙ୍କୁ ବଦଳି କରିବାକୁ ଧମକ ଦେଉଛି ବିଜେପି । ଆଶା, ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା ସହ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନ ପରେ ବଦଳି କରିଦେବାକୁ ଧମକ ଦେଉଛି ବିଜେପି । ଏଥିସହ ନିର୍ବାଚନରେ ବିଜେପି ପାଇଁ ଜବରଦସ୍ତି କାମ କରିବାକୁ ଧମକାଉଛି ବିଜେପି ।

ବିଜେଡି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଆଗରେ ଏହି ଘଟଣା ପାଇଁ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି । ଔଷଧ ବିକଳରେ ତାଟିଆ କାମୁଡ଼ିଲେ କିଛି ହେବ ନାହିଁ । ମହିଳାମାନେ ସମସ୍ତଙ୍କ ପାଇଁ କାମ କରୁଛନ୍ତି। ତାଙ୍କୁ ସମ୍ମାନ ଦିଅନ୍ତୁ। ଗୁଣ୍ଡାଗର୍ଦ୍ଦିକୁ ମହିଳା ବରଦାସ୍ତ କରିବେନି। ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି କହିଛି ବିଜେଡି ।

Leave A Reply

Your email address will not be published.