Latest Odisha News

BREAKING NEWS

ଦିଲ୍ଲୀ ହିଂସା: ଘର ସହ ବୃଦ୍ଧାଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଗୋକୁଲପୁରୀ ଓ ଆଖାପାଖ ଅଂଚଳରେ ଏବେ ବି ପରିବେଶ ଆତଙ୍କିତ ରହିଛି । ବୁଧବାର ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଛି । ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ବିକ୍ଷୋଭକାରୀମାନେ ଘର ସହ ଜଣେ ବୃଦ୍ଧାଙ୍କୁ ମଧ୍ୟ ଜାଳି ଦେଇଛନ୍ତି ।

ମଙ୍ଗଳବାର ଦିନ ଭଜନପୁରାର ଗାମଡି ଗାଁରେ ୮୫ ବର୍ଷର ମହିଳାଙ୍କ ନିଆଁରେ ଜଳିଯିବା ଦ୍ୱାରା ମୃତ୍ୟୁ ହୋଇଛି । ୮୫ ବର୍ଷୀୟା ଅକବରୀଙ୍କ ପୁଅଙ୍କ କହିବାନୁସାରେ, ୧୦୦ରୁ ଅଧିକ ଲୋକଙ୍କ ଭିଡ ତାଙ୍କ ଘର ଭିତରକୁ ପଶି ଆସି ଭଙ୍ଗାରୁଜା କରିଥିଲେ ଓ ଘରେ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁରେ ଜଳି ଅକବରୀଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.