Latest Odisha News

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟି୨୦ ସିରିଜ ଜିତିଲା

କେପ୍ ଟାଉନ୍‌:ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଅନ୍ତିମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୫.୩ ଓଭରରେ ମାତ୍ର ୯୬ ରନ୍ କରି ଅଲଆଉଟ୍ ହୋଇଥିଲା ।

ଅଷ୍ଟ୍ରେଲିଆ କ୍ୟାପଟେନ୍ ଫିଞ୍ଚ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ହୋଇଛନ୍ତି। ଡେଭିଡ ୱାର୍ଣ୍ଣର ଓ ଆରୋନ୍ ଫିଂଚ  ପ୍ରଥମ ୱିକେଟ୍ ପାଇଁ ୧୨୦ ରନର ବଡ଼ ଭାଗୀଦାରୀ ଦେଇଥିଲେ। ୱାର୍ଣ୍ଣର୍  ୫୭ ଓ ଫିଞ୍ଚ୍  ୫୫ ରନ୍ କରି ଆଉଟ୍ ହୋଇଥିଲେ। ଏହି ବଡ଼ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅଷ୍ଟନ୍ ଅଗର୍ ୩ଟି ଓ ଆଡାମ ଜାମ୍ପା ୨ଟି ୱିକେଟ୍ ହାସଲ କରିଥିଲେ।

Leave A Reply

Your email address will not be published.