Latest Odisha News

BREAKING NEWS

ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ

ଭୁବନେଶ୍ଵର: ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ଯରୁ ୩ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୧୦ ଟା ୧୦ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଖଳ ଜୟପୁର ଯାଇ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ ୧୧.୪୦ରେ ନବରଙ୍ଗପୁରରେ ପହଞ୍ଚି ନିର୍ବାଚନୀ ପ୍ରଚାର କରିବେ ନବୀନ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ ନବୀନ ପଟ୍ଟନାୟକ । ଶେଷରେ ଅପରାହ୍ନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଜନସଭାକୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ।

ସୂଚନା ଅନୁସାରେ, ଆସନ୍ତା ମେ’ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାରରେ ଆସି କେବଳ ଏକ ରୋଡ଼ ସୋ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ।

Leave A Reply

Your email address will not be published.