Latest Odisha News

BREAKING NEWS

ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

କଟକ : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ । ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍ । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି ଜଣେ ଗ୍ରାହକ ଫାଷ୍ଟଟ୍ରାକ୍ କମ୍ପାନୀର ଘଣ୍ଟା କିଣିବାକୁ ଯାଇଥିବା ବେଳେ ଦୋକାନୀ ତାଙ୍କୁ ଅସଲି ଘଣ୍ଟା କହି ଅଧିକ ଟଙ୍କା ଦେବାକୁ କହିଥିଲେ । ଗ୍ରାହକଙ୍କ ସନ୍ଦେହ ହେବାରୁ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଦୋକାନରେ ଅତର୍କିତ ରେଡ୍ କରିଥିଲା ପୋଲିସ୍ । ଚଢାଉ ବେଳେ ଦୋକାନରେ ବିଭିନ୍ନ ବ୍ରାଣ୍ଡର ନକଲି ଘଣ୍ଟା ଥିବା ଜାଣି ପାରିଥିଲା ପୋଲିସ୍ । ବିଭିନ୍ନ ନାମି ବ୍ରାଣ୍ଡର ୮୮୪ଟି ଘଣ୍ଟାକୁ ଜବତ କରିଛି ପୋଲିସ । ଘଟଣାରେ ଗିରଫ ହୋଇଥିବା ଦୋକାନୀକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜୋନ୍-୨ ଏ.ସି.ପି ଶୁଭ ନାରାୟଣ ମୁଦୁଲି ।

Leave A Reply

Your email address will not be published.