Latest Odisha News

BREAKING NEWS

ମଦର ପସରା ଖୋଲିବା ନିଷ୍ପତ୍ତିକୁ ବିରୋଧ

ପୁରୀ : ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ଵ୍ୟଵସ୍ଥା । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନଲାଇନ ଆବେଦନ ମଧ୍ୟ ଚାଲିଛି । ଆସନ୍ତାକାଲି ଏହି ଆବେଦନର ଶେଷ ତାରିଖ। ତେବେ ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ ରାଜଧାନୀରରେ ମଦର ପସରା ଖୋଲିବା ନିଷ୍ପତ୍ତିକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଥିବା ବେଳେ ଏହା ଉପରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ପୁରୀ ଭଳି ତୀର୍ଥସ୍ଥଳୀକୁ ଭୋଗସ୍ଥଳୀରେ ପରିଣତ ନକରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି।

ରାଜରାସ୍ତାକୁ ଓହ୍ଲାଇଛନ୍ତି ୨୫ରୁ ଉର୍ଦ୍ଧ୍ବ ସଙ୍ଗଠନ। ତେବେ ବିଶ୍ୱ ଆଧ୍ୟାତ୍ମିକ ନଗରୀରେ ଓଟିଡିସି ପର୍ଯ୍ୟଟନଶିଳ୍ପର ବିକାଶ କରିବା ପରିବର୍ତ୍ତେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ମଦ ବିରୋଧୀ ସଙ୍ଗଠନ । ଜଗନ୍ନାଥ ସଂସ୍କୃତିକୁ ନେଇ ସାରା ବିଶ୍ୱରୁ ଭକ୍ତ ପୁରୀ ଆସୁଥିବା ବେଳେ ଏହି ପବିତ୍ର ସ୍ଥାନରେ ରାଜ୍ୟ ସରକାରଙ୍କ ଓଟିଡିସି ତରଫରୁ ମଦବିକ୍ରୀ ଯୋଜନାକୁ ନିନ୍ଦା କରାଯାଇଛି ।  ଏହା ଜଗନ୍ନାଥ ସଂସ୍କୃତିର ବିଲୋପ ପାଇଁ କେତକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରୟାସ ବୋଲି ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି ।

ସେପଟେ ଆଜି ମିଳିତ ଓଡିଶା ନିଶା ନିବାରଣ ଅଭିଯାନର୨୫ରୁ ଉର୍ଦ୍ଧ୍ବ ସଂଙ୍ଗଠନ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ସେପଟେ ଓଟିଡିସି ପକ୍ଷରୁ ମଦ ଦୋକାନ ଖୋଲିବା ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି CPIM ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି ।

Leave A Reply

Your email address will not be published.