Latest Odisha News

BREAKING NEWS

‘କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି’

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେ କହିଛନ୍ତି, ଯଦି ବିଜେପି କେବଳ ବନ୍ଦ କରିବାକୁ ଚାହୁଁଥାନ୍ତା,  ତାହାଲେ 11.30 ପର୍ଯ୍ୟନ୍ତ ବନ୍ଦ ହୋଇଥାନ୍ତା। ସୁପ୍ରିମକୋର୍ଟର  ବେଦାନ୍ତ ଜମି ଫେରାଇବାକୁ ରାୟ ଦେଇଛନ୍ତି । ସେ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ହରଡ ଘଣାରେ ପଡିଛନ୍ତି। ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ରାଜ୍ୟସ୍ୱ ମନ୍ତ୍ରୀ , ଅର୍ବନ ଡେଭଲପମେଟ ମନ୍ତ୍ରୀ ସେ ସମୟରେ ବିଜେପିରେ ଥିଲେ। ବେଦାନ୍ତ କମ୍ପାନୀକୁ ଆଇନ ଉଲଘଂନ କରି ଜମି ଦେଇଛନ୍ତି। ଏହି 3 ଜଣ ଦଣ୍ଡିତ ହେବେ । ଏଥରେ ସନ୍ଦେହ ନାହିଁ।  ଯେହେତୁ ସମସ୍ତ ବିଷୟ ତର୍ଜମା କରି ସୁପ୍ରିମକୋର୍ଟ ଏ ନିଷ୍ପତ୍ତି ନେଇଛନ୍ତି, ତେଣୁ  ଏ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବାର ସମ୍ଭାବନ ଥିବାରୁ  ଗୃହକୁ ବନ୍ଦ କରାଗଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି,  ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ  ଜନବିରୋଧୀ ବୋଲି କହିଛି। ହେଲେ ଜନ ବିରୋଧୀ କିଏ ? ଯିଏ ସାଧାରଣ ଲୋକଙ୍କ କାମ କରେ ନାହିଁ ସେ ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ନିଜେ ଏବେ ଅକଳରେ ପଡି ଯାଇଛନ୍ତି। କାରଣ ପ୍ରଥମରେ ଶିକ୍ଷାର ବିକାଶ ହେବା ଉଚିତ। ଏ ବାବଦରେ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି। ବହୁ ସ୍ଥାନରେ ଶିକ୍ଷକ ପଦବୀ ଖାଲି ରହିଛି । ଚାଷୀର ଉନ୍ନତି ହୋଇନି। ତେଣୁ  ଜନ ବିରୋଧୀ ଏଠି ସରକାର ବୋଲି କହିଛନ୍ତି ନରସିଂହ ମିଶ୍ର । ତାଙ୍କ ଦଳର ଲୋକ ହଜାର ହାଜର କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ତାଙ୍କ ବିରୋଧରେ କେସ ହୋଇ ନାହିଁ। ଏଠି ଜନ ବିରୋଧୀ କିଏ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ନରସିଂହ ।

ବିଧାୟକ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିଲେ କିଛି ବୁଝନ୍ତି ନାହିଁ । ଏହାକୁ କେହି ଲେଖିଦେଇଛି ଏବଂ ସେ ପଢୁଛନ୍ତି। ସେ ଯଦି ଏହାର ଅର୍ଥ  ଠିକ୍ ଭାବେ ବୁଝିଥାନ୍ତେ,  ତାହାଲେ ସେ ଜାଣିପାରିଥାନ୍ତେ ସେ ହିଁ ଏକ ନମ୍ବର ଜନ ବିରୋଧୀ।

Leave A Reply

Your email address will not be published.