Latest Odisha News

BREAKING NEWS

ମାଆ ହେବା ପରେ ପ୍ରଥମ ଥର ମଞ୍ଚରେ ନାଚିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବା ପରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିଛନ୍ତିି । ନାଟୁ-ନାଟୁ ଗୀତରେ ଜବରଦସ୍ତ ନାଚୁଥିବା ଦେଖିବାକୁ ମିଳିଛି । ମୁମ୍ବାଇରେ ଆୟୋଜିତ ଜି ସିନେମା ପୁରସ୍କାର ବିତରଣ ଉତ୍ସବରେ ଆଲିଆ ଏହି ନୃତ୍ୟ ପରିବେଷଣ କରିଥିଲେ । ନାଟୁ-ନାଟୁ ଗୀତରେ ତାଙ୍କ ସହ ଆୟୁଷ୍ମାନ ଖୁରାନା ଓ ଅପାରଶକ୍ତି ଖୁରାନା ବି ନାଚିଥିଲେ । ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଆଲିଆ ପୂରା ଗଙ୍ଗୁବାଇ ବେଶରେ ମଞ୍ଚ ଉପରେ ପ୍ରବେଶ କରିଥିଲେ । ଧଳା ଶାଢ଼ିରେ କଳା ଚଷମା ଲଗାଇ ଆଲିଆ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ ।
‘ଗଙ୍ଗୁବାଇ କାଠିଆୱାଡି’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପୁରସ୍କାର ବି ପାଇଥିଲେ ।

 

Leave A Reply

Your email address will not be published.