Latest Odisha News

BREAKING NEWS

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା ,୯ ଅଭିଯୁକ୍ତ ଗିରଫ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା । ଏହି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି ।ଏହି ଅଭିଯୁକ୍ତ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଥିଲେ ।ପୋଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି ଗିରଫ କରିଛି ।ଏନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

BjdElectrycity

ମାର୍ଚ୍ଚ ମାସ ୧୨ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବ୍ଲକ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଉପରେ ଗାଡି ମଡାଇଦେଇଥିଲେ । ଏହି ସମୟେର ପ୍ରବଳ ଲୋକ ରୁଣ୍ଡ ହୋଇଥିଲେ । ହେଲେ ବିଧାୟକ ଅମାନୁଷିକ ଭାବେ ଗାଡି ମଡାଇଦେଇଥିଲେ । ଫଳରେ ୨୫ ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ପୋଲିସ କର୍ମଚାରୀଙ୍କ ଉପରେ ଗାଡି ମଧ୍ୟ ମାଡି ଯାଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଗାଡିରୁ ଘୋଷାଡି ଆଣି ଲୋକମାନେ ବିଧାୟକଙ୍କୁ ନିସ୍ତୁକ ମାଡ ମାରିଥିଲେ ।ବିଧାୟକଙ୍କ ମୁଣ୍ଡ ମଧ୍ୟ ଫାଟିଯାଇଥିଲା । ତାଙ୍କୁ ଗରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ବିଧାୟକ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ହେଲେ ଆଜି ଏହି ଘଟଣାରେ ବିଧାୟକଙ୍କୁ ବାଡେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.