Latest Odisha News

BREAKING NEWS

ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢିଗଲା କାର୍; ୯ ମୃତ, ୧୩ ଗୁରୁତର

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢିଗଲା କାର୍। ମୃତ୍ୟଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଇସ୍କନ ଫ୍ଲାଏଓଭରେ ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଟ୍ରକ ଏକ ଥାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଫେରାର ହୋଇ ଯାଇଥିଲେ। ଏହି ଦୁର୍ଘଟଣା ସମୟରେ ପ୍ଲାଏଓଭରରେ ଆନେକ ଲୋକେ ଠିଆ ହୋଇ ଦେଖୁଥିଲେ। ଠିକ୍ ସମୟରେ ବ୍ରିଜରେ ଏକ ହାଇ ସ୍ପିଡ୍ ଜାଗୁଆର କାର ଆସି ଲୋକଙ୍କ ଉପରେ ଚଢିଦଲା। ଜାଗୁଆର କାରର ଗତି ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ଥିଲା। ଏହି ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସହରର ସୋଲା ସିଭିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ପୋଲିସ ଇସ୍କନ ମନ୍ଦିର ନିକଟରେ ଥିବା ଫ୍ଲାଏଓଭରକୁ ଅସ୍ଥାୟୀ ଭାବେ ବନ୍ଦ କରିଛି। ଅହମ୍ମଦାବାଦ ଟ୍ରାଫିକ ପୋଲିସର ଏସିପି ଏସଜେ ମୋଦୀ କହିଛନ୍ତି ଯେ ଏହି ଘଟଣାରେ ଜାଗୁଆରର ଡ୍ରାଇଭରକୁ ଘରୋଇ ସିମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.