Latest Odisha News

BREAKING NEWS

କରୋନା ଆତଙ୍କ: ଗଞ୍ଜାମରେ ପଜିଟିଭ୍ ଚିହ୍ନଟ ହେଲେ ଆହୁରି ୯ ପୋଲିସ କର୍ମଚାରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ଆହୁରି ୯ଜଣ ପୋଲିସ କର୍ମଚାରୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପୂର୍ବରୁ ଏହି ପୋଲିସ କର୍ମଚାରୀମାନଙ୍କର ସ୍ୱାବ ନମୂନା ପରୀକ୍ଷା ଲାଗି ପଠାଯାଇଥିଲା । ଆଜି ସେଗୁଡ଼ିକ ପଜିଟିଭ୍ ଚିହ୍ନଟ ହୋଇଛି ।

ଅଧିକ ପଢନ୍ତୁ: ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ପୂର୍ବରୁ ମଙ୍ଗଳବାର ସକାଳେ ଜିଲ୍ଲାରୁ ୨ ଜଣ ମହିଳାଙ୍କ କରୋନା ମୃତୁ୍ୟ ହୋଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ପୂର୍ବରୁ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ଏହି ୨ଜଣ ରୋଗୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ସେହିପରିଭାବେ ରବିବାର ଦିନ ଜିଲ୍ଲାରେ ୪ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଜିଲ୍ଲାରେ ସମୁଦାୟ ୧,୩୭୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.