Latest Odisha News

BREAKING NEWS

ବିନା ଭକ୍ତରେ ବାହୁଡ଼ିବେ ଶ୍ରୀଜଗନ୍ନାଥ; ସଟଡ଼ାଉନରେ ପ୍ରଶାସନର ଜୋରଦାର ପ୍ରସ୍ତୁତି

ପୁରୀ: ଯାତ୍ରା ସାରି ବାହୁଡ଼ିବେ ଶ୍ରୀଜଗନ୍ନାଥ । ବିନା ଭକ୍ତରେ ରଥ ଟଣାଯିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି  । ସବୁ ଲାଇନ ବିଭାଗ ପ୍ରସ୍ତୁତ ଅଛି  । ଖରାର ପ୍ରକୋପରୁ ବଡଦାଣ୍ଡ ଥଣ୍ଡା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ  । ବଡଦାଣ୍ଡରେ ପାଣି ସିଞ୍ଚନ ହେବ  । ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ପାନୀୟଜଳ ଯୋଗାଇବ  ।  ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ଶେଷ ହୋଇଛି  । ସବୁ ସେବାୟତଙ୍କ ନେଗେଟିଭ ଅଛନ୍ତି  । ପାନୀୟ ଜଳ ବ୍ୟବସ୍ଥା ହୋଇଛି  । ବଡଦାଣ୍ଡରେ  ଭଜନର ନିଷ୍ପତି ହୋଇଛି  । ବଡଦାଣ୍ଡରେ ସବୁଠି ଭଜନ ବାଜିବ  । ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରରେ  ଫୁଲ ସଜା ହେବ  । ଏପର୍ଯ୍ୟନ୍ତ ନୀତି ସୁରୁଖୁରୁରେ ଚାଲିଛି  । ଏ ଗୁରୁଦାୟିତ୍ୱ ଭଲ ଭାବରେ  ତୁଲାଇଛନ୍ତି ସେବାୟତ  । ବାହୁଡା଼କୁ ଶୃଙ୍ଖଳିତ କରାଯିବ  । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ସେପଟେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂଧ୍ୟା ଦର୍ଶନ ନୀତି ଶେଷ ହୋଇଛି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ଦର୍ଶନ ମିଳିନାହିଁ । ନୀତିକାନ୍ତି କିନ୍ତୁ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ।
ସେବାୟତ ଓ ପୋଲିସ ବ୍ୟବତୀତ ବଡ଼ଦାଣ୍ଡକୁ ଆଉ କେହି ଆସିବେ ନାହିଁ । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇଛି । ସହରରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୭୦ ପ୍ଲାଟୁନ୍ ଫୋର୍ସ ସହିତ ୪ଶହରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ । କେବଳ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତମାନଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି । ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ  ।
Leave A Reply

Your email address will not be published.