Latest Odisha News

BREAKING NEWS

ସୁନ୍ଦରଗଡରେ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪୫୩ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

 

ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ଉପରେ ଗୁରୁତ୍ୱାରୋପ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ପଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆଣ୍ଟିଜେନ୍ ଟେଷ୍ଟରୁ ବାହାରିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୯୭୧ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୧୪୫୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୯ଜଣ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ- ଆଉ ୧୦ ମୁଣ୍ଡ ନେଲା କରୋନା, ରାଜ୍ୟରେ ତିନି ଶହ ଛୁଇଁବ ମୃତ୍ୟୁସଂଖ୍ୟା

Leave A Reply

Your email address will not be published.