Latest Odisha News

BREAKING NEWS

ଆଉ ୧୦ ମୁଣ୍ଡ ନେଲା କରୋନା, ରାଜ୍ୟରେ ତିନି ଶହ ଛୁଇଁବ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ତିନି ଜଣ ମହିଳା ଓ ସାତ ଜଣ ପୁରୁଷ ଅଛନ୍ତି । ରାଜ୍ୟରେ ୨୯୬କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।

ଗଞ୍ଜାମ ଜିଲ୍ଲାରେ ୧୪୦ ଜଣଙ୍କର ଜୀବନ ନେଲାଣି କରୋନା । ଖୋର୍ଦ୍ଧା ଜିଲ୍ଲାରେ ୪୧, ସୁନ୍ଦରଗଡ଼ରେ ୧୯ ଜଣ ପ୍ରାଣ ହରାଇଲେଣି । ରାୟଗଡ଼ାରେ କରୋନା ୧୨ ଜୀବନ ନେଇଥିବା ବେଳେ ପୁରୀରେ ୫ ଓ ବାଲେଶ୍ୱର ଜିଲ୍ଲାରେ ୬ ଆକ୍ରାନ୍ତ ମୃତ୍ୟୁବରଣ କଲେଣି ।
 

Leave A Reply

Your email address will not be published.