Latest Odisha News

ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି ଇଣ୍ଟରନେଟ !

ନୂଆଦିଲ୍ଲୀ : ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ୯୦ କୋଟିରେ ପହଞ୍ଚିଛି। ରିପୋର୍ଟ ମୁତାବକ ୨୦୨୪ ରେ ଏହି ୟୁଜର୍ସଙ୍କ ସଂଖ୍ୟା ୮୮.୬ କୋଟି ଥିଲା। ପ୍ରତିବର୍ଷ ଏହି ସଂଖ୍ୟା ୮% ହିସାବରେ ବଢୁଥିବାବେଳେ ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି ଇଣ୍ଟରନେଟ। ତେବେ ଦେଶର ଅଧିକାଂଶ ୟୁଜର୍ସ ଭାରତୀୟ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି।

ଦେଶର ମୋଟ ଇଣ୍ଟରନେଟ ୟୁଜର୍ସଙ୍କ ମଧ୍ୟରୁ କେବଳ ଗ୍ରାମାଞ୍ଚଳରେ ରହିଛନ୍ତି ୫୫ ପ୍ରତିଶତ ବା ୪୮.୮ କୋଟି। ତେବେ ଗ୍ରାମାଞ୍ଚଳର ବ୍ୟବହାରକାରୀମାନେ ଦିନକୁ ମୋର ୮୯ ମିନିଟ ଇଣ୍ଟରନେଟରେ ଦେଉଛନ୍ତି। କିନ୍ତୁ ସହରରେ ରହୁଥିବା ୟୁଜର୍ସମାନେ ଦିନକୁ ଇଣ୍ଟରନେଟରେ ୯୪ ମିନିଟ ଦେଉଛନ୍ତି। ଏହି ୟୁଜର୍ସମାନଙ୍କ ମଧ୍ୟରୁ ୯୮% ଭାରତୀୟ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ତେବେ ସହରରେ ରହୁଥିବା ଇଣ୍ଟରନେଟ ବ୍ୟବହାରକାରୀମାନେ ହିନ୍ଦୀ, ମରାଠୀ, ତାମିଲ, ଗୁଜୁରାଟୀ, ତେଲୁଗୁ ଓ ବଙ୍ଗଳା ଭାଷାକୁ ସର୍ବାଧିକ ବ୍ୟବହାର କରୁଛନ୍ତି।

ଇଣ୍ଟରନେଟ ବ୍ୟବହାରରେ ଆଗରେ ମହିଳା
ଅନଲାଇନ ସପିଙ୍ଗ ମାଧ୍ୟମରେ ୧୦.୫ କୋଟି ଲୋକ କ୍ୟାଶ ଅନ ଡେଲିଭରି ବ୍ୟବହାର କରୁଥିବା ବେଳେ ସେଥିରେ ମହିଳାଙ୍କ ସଂଖ୍ୟା ୫୨%। ଅନ୍ୟପଟେ ୫ ଜଣରୁ ଜଣେ ବ୍ୟକ୍ତି ଭଏସ ଆସିଷ୍ଟାଣ୍ଟ ସାହାଯ୍ୟରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ୨୦୨୪ ମସିହାରେ ୫୩% ପୁରୁଷ ଓ ୪୭% ମହିଳା ଇଣ୍ଟରନେଟ ବ୍ୟବହାର କରୁଥିଲେ।

୪୧% ବ୍ୟବହାର କରୁନାହାନ୍ତି ଇଣ୍ଟରନେଟ
ବର୍ତ୍ତମାନ ସୁଦ୍ଧା ୪୧% ଭାରତୀୟ ଇଣ୍ଟରନେଟର ବ୍ୟବହାର କରୁନାହାନ୍ତି। ଏମାନଙ୍କ ମଧ୍ୟରୁ ୫୧% ଗ୍ରାମାଞ୍ଚଳର। ୨୦୨୧ ମସିହାରେ ଇଣ୍ଟରନେଟ ବ୍ୟବହାର କରୁନଥିବା ଲୋକଙ୍କ ସଂଖ୍ୟା ୭୬ କୋଟି ଥିଲା। ୨୦୨୪ ରେ ଏହା କମି ୬୩ କୋଟିରେ ପହଞ୍ଚିଛି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.