ବ୍ରହ୍ମଗିରି: ଚିଲିକା ମଝିରେ ଆଜି ଏକ ଯାତ୍ରୀବାହୀ ଡଙ୍ଗାଟି ଫଶି ରହିଥିବା ଘଟଣା ସାମ୍ନାକୁ ଆସିଛି । ଡଙ୍ଗାଟିରେ ୫୦ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି କାରଣରୁ ଡଙ୍ଗାଟି ବହୁ ସମୟ ଧରି ଅଟକି ରହିଥିଲା । ପରେ ଅନ୍ୟ ଦୁଇଟି ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।
ସୂଚନା ଅନୁସାରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧିନ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଏକ ଯାତ୍ରୀବାହୀ ଡଙ୍ଗା ଯାଉଥିଲା । ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ମହିଷାଗାଁ ନିକଟରେ ଫସି ରହିଥିଲା । ଏହି ଦେଶୀ ଡଙ୍ଗାରେ ୫୦ ଜଣ ଯାତ୍ରୀଙ୍କ ସହ ୨୦ଟି ବାଇକ୍ ମଧ୍ୟ ରହିଥିଲା ।
ଏନେଇ ଅନ୍ୟ ମତ୍ସଜୀବୀ ମାନେ ଆସି ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
Comments are closed.