Latest Odisha News

BREAKING NEWS

ଛତିଶଗଡ ବିଧାନସଭା ନିର୍ବାଚନ: ୨ୟ ପର୍ଯ୍ୟାୟ ଭୋଟିଂ ଜାରି

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।

ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଉଭିଏମରେ ହେଭିୱେଟ ନେତାଙ୍କର ଭାଗ୍ୟ ପରୀକ୍ଷା ହେଉଛି । କାହା କପାଳରେ ଶିକା ଛିଡିବ ତାହା ଭୋଟ ଗଣତି ଫଳାଫଳ ହିଁ କହିବ ।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ଟି ବିଧାନସଭା ଆସନ ପାଇଁ ପ୍ରାୟ ୧ ହଜାର ୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆହୁରି ମଧ୍ୟ ୧ କୋଟି ୫୩ ଲକ୍ଷ ୮୫ ହଜାର ୯୮୩ ଜଣ ମତଦାତା ଆଜି ନିଜର ମତଦାନ ଅଧବକାର ସାବ୍ୟସ୍ତ କରିବେ ।

ତେବେ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ତାରିଖରେ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଡିସେମ୍ବର ୧୧ରେ ଭୋଟ ଗଣତି ଆରମ୍ଭ ହେବ ।

Leave A Reply

Your email address will not be published.