Latest Odisha News

BREAKING NEWS

କିଟ୍‍ ବିଶ୍ୱବିଦ୍ୟାଳୟରେ ମାଗଣାରେ ପଢିବେ କରୋନା ମୃତକଙ୍କ ପିଲା; ୮ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: କରୋନା ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‍ ବିଶ୍ୱବିଦ୍ୟାଳୟ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନାରେ ମୃତ୍ୟୁ ବରଣ କରିଥିବା ଓଡ଼ିଶାର ଯେ କୌଣସି ବ୍ୟକ୍ତିଙ୍କ ପିଲା କିଟ୍‍ରେ ଆଇଟିଆଇ, ଡିପ୍ଲୋମାଠାରୁ ଆରମ୍ଭକରି ବିଭିନ୍ନ ବୈଷୟିକ ଓ ବୃତିଗତ ଉଚ୍ଚଶିକ୍ଷା ବିନା ଦେୟରେ ପଢ଼ି ପାରିବେ।

ଚଳିତବର୍ଷ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ଅଗଷ୍ଟ ୩୧ ମଧ୍ୟରେ ଅନ୍‌ଲାଇନ୍‌ରେ ୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।

ସେମାନଙ୍କ ମଧ୍ୟରୁ ୩ ଜଣ ଏମବିଏ, ୩ଜଣ ବିଟେକ୍ ଏବଂ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଜଣେ ଲେଖାଏଁ ଆବେଦନ କରିଥିଲେ ।

ଆବେଦନ କରିଥିବା ଏହି ୮ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇ ନାମଲେଖା ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଛି।

କିଟ୍‌ର ଘୋଷଣା ଅନୁସାରେ କରୋନା ମୃତକଙ୍କ ପିଲାମାନଙ୍କ ସକାଶେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୨ ବର୍ଷ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି କିଟ୍ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.